ଇଣ୍ଡି ମେଣ୍ଟର ବିରାଟ ପଦଯାତ୍ରାରେ ସାମିଲ୍ ହେବ ବିଜେଡ଼ି 

ବଦଳିଲା ବିଜେଡିର ରଣନୀତି । ଆଜି ନୂଆଦିଲ୍ଲୀରେ ବିରାଟ ପଦଯାତ୍ରା କରିବ ଇଣ୍ଡି ମେଣ୍ଟ । ଏଥିରେ ସାମିଲ୍ ହେବ ବିଜୁ ଜନତା ଦଳ ।ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏସ୍ଆଇଆର ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ଜ୍ଞାନେଶ କୁମାରଙ୍କ ଇସ୍ତଫା ପୂର୍ବରୁ ଦାବି କରିଛନ୍ତି । ଏସ୍ଆଇଆର ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ସହ ସାରା ଦେଶରେ ୧୩ କୋଟିରୁ ଊର୍ଦ୍ଧ୍ବ ମତଦାତାଙ୍କୁ ବାଦ ଦିଆଯିବା ସନ୍ଦେହ ସୃଷ୍ଟି କରିଥିବାବେଳେ ଧାମନଗରରେ ଘଟିଥିବା ଘଟଣା ଏହାକୁ ଦୃଢ଼ୀଭୂତ କରିଛି ।ବିଏଲ୍ଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ କାଟିଦିଆଯିବା ଏସ୍ଆଇଆର୍ ଜାଲିଆତିକୁ ସ୍ପଷ୍ଟ କରିଦେଇଛି । କେବଳ ଧାମନଗର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ଅନେକ ଦିଗକୁ ଇଙ୍ଗିତ କରିଛି।ତେବେ ଆମ୍‌ ଆଦ୍‌ମି ପାର୍ଟି ଦିଲ୍ଲୀ ଜନ୍ତରମନ୍ତରରେ ଅଲଗା ଭାବେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢନ୍ତୁ