ଚେକ୍ ବାଉନ୍ସ ମାମଲାରେ ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇ ରାଜପାଳ ଯାଦବ ଋଣର କିଛି ଅଂଶ ପରିଶୋଧ କରିବା ସହ ୧ କୋଟି ୧୫ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ବାକି ୮୫ ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । କୋର୍ଟରେ ନିଜ ଦୁଃଖ ପ୍ରକାଶ କରି ରାଜପାଳ କହିଥିଲେ ଯେ, ସେ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସିଛନ୍ତି । କିନ୍ତୁ ଏବେ ନିଜେ ଏକ ଡ୍ରାମା ପାଲଟିଯାଇଛନ୍ତି । ଶୁଣାଣି ସମୟରେ CJI ସୂର୍ଯ୍ୟକାନ୍ତ ରାଜପାଳଙ୍କୁ ଭଲ ଫିଲ୍ମ ତିଆରି କରିବାକୁ କହିବା ସହ ତାଙ୍କ ଫିଲ୍ମ ଭଳି ଟଙ୍କା ମଧ୍ୟ “ଅତାପତା ଲାପତା” ହୋଇଯାଇଛି ବୋଲି କହିଥିଲେ।ଏହି ମାମଲା ଏହା ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଜଡ଼ିତ ଚେକ୍ ବାଉନ୍ସ ମାମଲା ଅଟେ, ଯେଉଁଥିରେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜେଲ୍ ଦଣ୍ଡ ଦେଇଥିଲେ। ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ମଧ୍ୟ ଟଙ୍କା ଜମା ନକରିବାକୁ ନେଇ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ
