ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ ଗୁପଚୁପ୍ ପ୍ରସ୍ତୁତିକୁ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ଚିତ୍ର । ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ଗୁପଚୁପ୍ ପ୍ରସ୍ତୁତି । ପାଇଖାନା ପାଖର ପାଣିରେ ଖଟାପାଣି ପ୍ରସ୍ତୁତ ହେଉଥିବା ବେଳେ ପଚା ଆଳୁ ଓ ପୋକା ଲାଗିଥିବା ମଟରରେ ମସଲା ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଏପରିକି କଳା କିଟିକିଟି ତେଲରେ ଗୁପଚୁପ୍ ଛଣାଯାଉଥିବା ଦୃଶ୍ୟ ମଧ୍ୟ ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ ବେଳେ ସାମ୍ନାକୁ ଆସିଛି ।ବିନା ଲାଇସେନ୍ସରେ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିବା ଗୁପଚୁପ କାରଖାନାକୁ ସିଲ କରିବା ସହ ବସ୍ତା ବସ୍ତା ଗୁପଚୁପ ନଷ୍ଟ କରିଛି ଫୁଡ ସେପ୍ଟି ବିଭାଗ । ଜବତ ହୋଇଥିବା କଳା କିଟି କିଟି ତେଲ,ଖଟା ପାଣି, ଗୁପଚୁପର ନମୁନା ନେବା ସହ ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଇଛି ଫୁଡ ସେପ୍ଟି ବିଭାଗ । ରାଜଧାନୀରେ ଏଭଳି ଚାଲୁଥିବା ଗୁପଚୁପ କାରଖାନା ଉପରେ ରେଡ ପ୍ରକ୍ରିୟା ଜାରି ରହିବ ।” ପାର୍ବଣ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫୁଡ ଶେଫଟି ବିଭାଗ ପକ୍ଷରୁ ରେଡ ।ରିପୋର୍ଟ ଆସିବା ପରେ ଖାଦ୍ୟର ମାନ ଓ ଏଥିରେ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।
