ବଲିଉଡରେ ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକରେ ସମଗ୍ର ଭାରତବାସୀ ସ୍ତବ୍ଧ । ୭୫ ବର୍ଷ ବୟସରେ ହୃଦ୍ଘାତ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଅଭିନେତା ଜଣକ ମୃତ୍ୟୁ ପୂର୍ବରୁ ସାଙ୍ଗ ମେସେଜ ପଠାଇଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବା କହିଥିଲେ । ତେବେ ତାଙ୍କ ସହିତ କ’ଣ ଘଟିଥିଲା, ସେନେଇ ଡାକ୍ତର ସୂଚନା ଦେଇଛନ୍ତି ।ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଶେଖର ସାଲକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଅଭିନେତା ନାନା ପାଟେକରଙ୍କୁ ସକାଳ ପ୍ରାୟ ୪:୨୦ରେ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲର ଡାକ୍ତରମାନେ ସିପିଆର୍ ଦେଇ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ବଞ୍ଚାଇ ହେଲାନି । ସକାଳ ୫:୨୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଡା. ସାଲକରଙ୍କ କହିବା ଅନୁସାରେ, ଭୋର ପ୍ରାୟ ୨ଟା ୩୦ ମିନିଟରେ ନାନା ପାଟେକର ତାଙ୍କର ଜଣେ ବନ୍ଧୁଙ୍କୁ ମେସେଜ୍ କରିଥିଲେ । ସେ ଅସୁସ୍ଥ ଅନୁଭବ କରୁଥିବା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ନେଇ ବନ୍ଧୁଙ୍କୁ ଜଣାଇଥିଲେ । ତେବେ ରାତି ସମୟ ହୋଇଥିବାରୁ ବନ୍ଧୁ ଜଣକ ମେସେଜ ତୁରନ୍ତ ଦେଖିପାରିନଥିଲେ । ପରେ ସକାଳ ପ୍ରାୟ ୪ଟାରେ ବନ୍ଧୁ ନାନାଙ୍କ ଘରେ ପହଞ୍ଚିଥିଲେ । ସେତେବେଳେ ନାନାଙ୍କୁ ଶ୍ୱାସ ନେବାରେ କଷ୍ଟ ହେଉଥିଲା ଏବଂ ସେ ଅତ୍ୟଧିକ ଝାଳରେ ଭିଜିଯାଇଥିଲେ ।
ପରିସ୍ଥିତି ଗୁରୁତର ହେବାରୁ ନାନାଙ୍କ କେୟାରଟେକର ହସ୍ପିଟାଲରୁ ଆମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ନାନା ସମ୍ପୂର୍ଣ୍ଣ ଅଚେତ ହୋଇସାରିଥିଲେ । ଘରୁ ହିଁ ତାଙ୍କୁ CPR ଦିଆଯାଇ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା ।ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ନ ଥିଲା, ତେଣୁ ନିୟମ ଅନୁଯାୟୀ ଏକ ମେଡିକୋ-ଲିଗାଲ ମାମଲା (MLC) ପଞ୍ଜୀକୃତ କରାଯାଇଥିଲା। ପୋଲିସ ଉପସ୍ଥିତିରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଗୋଆ ମେଡିକାଲ କଲେଜ (GMC)କୁ ସ୍ଥାନାନ୍ତର କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ।
