ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ABEO ବାବୁଙ୍କ ଭୁବନେଶ୍ୱର ପାତ୍ରପଡ଼ାରେ ୩ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ୨ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ଅନ୍ୟ ଏକ କୋଠା ଠାବ କରାଯାଇଛି । ସେହିପରି ଗଞ୍ଜାମ ବୁରୁଝରୀ ସ୍ଥିତ ଆତ୍ମୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜାରକା ସ୍ଥିତ ଭଡ଼ାଘର ଏବଂ ଯାଜପୁର ଜାରକା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଉଛି । ଭିଜିଲାନ୍ସ ଯାଞ୍ଚ ପ୍ରକ୍ରିୟା ସରିବା ପରେ ମୋଟ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।ଭିଜିଲାନ୍ସର ୩ ଜଣ ଅତିରିକ୍ତ ଏସ୍ ପି, ୪ ଜଣ ଡିଏସ୍ ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତଲାସୀ କରାଯାଉଛି ।
