ଓଡ଼ିଶାରେ ଶିଳ୍ପ ବିକାଶର ବଢ଼ିବ ଗତି। ଆଜି ଯାଜପୁର କଳିଙ୍ଗନଗର ଗସ୍ତରେ ଯାଇ ୩୯ହଜାର ୩୮୨କୋଟି ଟଙ୍କାର ୪୬ ଟି ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ୧୪ ଟି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏସବୁ ପ୍ରକଳ୍ପ ଦ୍ବାରା ରାଜ୍ୟରେ ୪୨ ହଜାର ନିଯୁକ୍ତି ସୃଷ୍ଟି ହେବା ନେଇ ଆଶା।ତେବେ ଶିଳ୍ପ ବିଭାଗ ସୂଚନା ମୁତାବକ,୧୪ଟି ଜିଲ୍ଲାରେ ଏହି ଶିଳ୍ପଗୁଡିକ ଆସୁଛି। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧୬ଟି ପ୍ରକଳ୍ପର ଭୂମି ପୂଜା ଏବଂ ୩୫ଟି ପ୍ରକଳ୍ପର ଉଦଘାଟନ ସହ ମୋଟ ୧୫୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।ଓଡ଼ିଶାର ଯୁବକ ମାନଙ୍କ ଭବିଷ୍ୟତ ଓ ସମୃଦ୍ଧ ଓଡ଼ିଶାର ନୂଆ ଠିକଣା ହେବ। ଇସ୍ପାତ, ଫେରୋଆଲଏଜ୍, ଇସ୍ପାତ ଡାଉନଷ୍ଟ୍ରିମ୍, କେମିକାଲ୍, ପେଟ୍ରୋକେମିକାଲ୍, ପ୍ଲାଷ୍ଟିକ୍, ଆଇଟି ଓ ଇଏସ୍ଡିଏମ୍ ଏବଂ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଗୁଡ଼ିକର ଗ୍ରାଉଣ୍ଡ ବ୍ରେକିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ।
