ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ। ସାଧାରଣତଃ ନଭେମ୍ବର-ଡିସେମ୍ବର ମାସରେ ଚିଲିକାକୁ ଆସୁଥିବା ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଚଳିତ ବର୍ଷ ଖରା ଓ ଗୁଳୁଗୁଳି ଭିତରେ ହିଁ ଆଗୁଆ ଆସିଛନ୍ତି, ଯାହା ପକ୍ଷୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। କେତେକ ପକ୍ଷୀପ୍ରେମୀ ଚିଲିକା ଭ୍ରମଣରେ ଆସି ଏହି ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଙ୍କୁ ତାଙ୍କର କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏପଟେ ଏହି ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ ଚିଲିକାରେ ପ୍ରବଳ ମାତ୍ରାରେ ଦେଖାଯାଉଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଅଧିକାରୀ ସ୍ପଷ୍ଟ କରିଛନ୍ତି ।ଫ୍ଲେମିଙ୍ଗୋ ପକ୍ଷୀ ହଜାର ହଜାର କିଲୋମିଟର ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି। ପ୍ରତିବର୍ଷ ଶୀତ ଆରମ୍ଭରୁ ଏମାନଙ୍କ ଆଗମନ ହୋଇଥାଏ।
