ମା’ ଉଗ୍ରତାରାଙ୍କ ଦର୍ଶନ କଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ମା’ ଉଗ୍ରତାରାଙ୍କ ଆଶୀର୍ବାଦ ନେଇଛନ୍ତି ବ୍ରଜମୋହନ ରାମ । ଝାଡ଼ଖଣ୍ଡର ଲାତେହାର ଜିଲ୍ଲା ଚନ୍ଦୱା ବ୍ଲକ୍‌ରେ ଥିବା ପ୍ରସିଦ୍ଧ ମା’ ଉଗ୍ରତାରା ନଗର ଭଗବତୀ ମନ୍ଦିରରେ ସେ ନିଜ ପରିବାର ସହ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।ନବରାତ୍ରି ପୂଜା ଚାଲି ଥିବାବେଳେ ମା’ଙ୍କ କୃପାରୁ ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଥିବା କହିଛନ୍ତି ବ୍ରଜମୋହନ । ଏଥିପାଇଁ ମା’ଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ ଅଞ୍ଚଳର ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ବ୍ରଜମୋହନ ରାମ କହିଛନ୍ତି ଯେ, କେନ୍ଦ୍ର ସରକାର ତାଙ୍କ ଉପରେ ଯେଉଁ ଆଶା ଏବଂ ଭରସା ରଖିଛନ୍ତି । ତାହା ପୂରଣ କରିବାକୁ ସେ ଚେଷ୍ଟା କରିବେ ଏବଂ ଓଡ଼ିଶାର ବିକାଶ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ