ଛାତ୍ର ସଂସଦ ନିର୍ବାଚନ, ହିଂସାର ଶିକାର ନହୋଇ ନିର୍ବାଚନରେ ସାମିଲ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ଚାଲିଛି ଛାତ୍ର ସଂସଦ ନିର୍ବାଚନ । ନିଜ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ଛାତ୍ରଛାତ୍ରୀ ।ଆଜି ଛାତ୍ର ସଂସଦ ନିର୍ବାଚନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସେ କହିଛନ୍ତି , ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ , ବରଂ ଏହା ଗଣତନ୍ତ୍ରର ମୂଳଦୂଆ । ଏହା ହେଉଛି ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ , ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗଦର୍ଶନ ଦେବ । ତେଣୁ କୌଣସି ପ୍ରକାରର ହିଂସା, ଗୁଜବ ବା ବିଭେଦର ଶିକାର ନହୋଇ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ଜାରି ରହିଛି । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ମ ୨ଟା ଯାଏଁ ଚାଲିବ । ସନ୍ଧ୍ୟା ରେଜଲ୍ଟ ବାହାରିବା ନେଇ ସୂଚନା ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ