ବିବାଦୀୟ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ନବନିଯୁକ୍ତ ରାଜ୍ୟପାଳ

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ । ତାଙ୍କର ଏକ ରିପୋର୍ଟରେ ସେ ଓଡ଼ିଶାରେ ବିଜେପି ସଂଗଠନକୁ ମଜବୁତ କରିବା ପାଇଁ କାମ କରିବା ବୋଲି କହୁଥିବାର ଚର୍ଚ୍ଚା ଏବଂ ଆଲୋଚନା ହୋଇଥିଲା । ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି ।ନବୀନ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମନୋନୀତ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ । ଦଳୀୟ କାମ କରିବାକୁ ତାଙ୍କୁ ମନୋନୀତ କରାଯାଇଛି । ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି ବୋଲି ସେ କଟାକ୍ଷ କରି ଲେଖିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବାକୁ ଉତ୍ସାହ ଓ ଶକ୍ତି ଦିଅନ୍ତୁ । ଏହାଦ୍ୱାରା ସେ ନିରପେକ୍ଷ ଭାବେ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ନବୀନ ଲେଖିଛନ୍ତି । ତେବେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବ୍ରଜମୋହନ ରାମ କହିଛନ୍ତି ଯେ, ଏପରି କୌଣସି ମନ୍ତବ୍ୟ ମୁଁ ଦେଇନାହିଁ । ମୁଁ କହିଥିଲି ଯେ ସମସ୍ତଙ୍କ ସହିତ ସମନ୍ୱୟ ରଖି କାମ କରିବି । ମୁଁ ଏବେ ଦଳୀୟ ରାଜନୀତିରୁ ଉଦ୍ଧ୍ୱରେ ଅଛି । କିନ୍ତୁ ମୁଁ ଯେଉଁ ଦଳରେ ଥିଲେ, ସେ ମୋର ପୁଞ୍ଜି । ସେହି ଦଳ ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ । କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ । ହମ୍ ସବକେ ହୈ, ସବ ହମାରେ ହୈ

ଅଧିକ ପଢନ୍ତୁ