ରମାଦେବୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍ ରେ ହାଇଡ୍ରାମା । ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଲା ପୁଲିସ । ଇପ୍ସିତାଙ୍କ ନାଁରେ ଥାନାରେ ହୋଇଥିଲା ଅଭିଯୋଗ । ଇପ୍ସିତାଙ୍କୁ ଉଠାଇ ନେବା ପରେ କଲେଜ ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାରୁ ଜଣାପଡିଛି ଯେ, ଗତକାଲି ରାତିରେ ଇପସିତା ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ଏବଂ ତା ସହ ହଷ୍ଟେଲ ଭିତରେ ଗୁଣ୍ଡାଗର୍ଦ୍ଦି କରୁଥିବା ଭଳି ଏକ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ସେହି ଅଭିଯୋଗ ଆଧାରରେ ମହିଳା ପୋଲିସ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଇପସିତାଙ୍କୁ ଉଠାଇ ନେଇଛନ୍ତି । ତେବେ ରମାଦେବୀ ବିଶ୍ବ ବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ । ମତଦାନ ହେଉଥିବା ସ୍ଥାନରେ ସିସିଟିଭି ଖଞ୍ଜାଯାଇଛି । ପୋଲିସ ସୁରକ୍ଷା ସହ ନିର୍ବଚନ ପାଇଁ ଆବଶ୍ୟକୀୟ ଅଧିକାରୀଙ୍କ ସହ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି । ଆଜି ବି ପ୍ରାର୍ଥୀଙ୍କ ପ୍ରତିନିଧିମାନେ କ୍ୟାମ୍ପସ୍ ବାହାରେ ମନେଇବାକୁ ପରୋକ୍ଷରେ ଚେଷ୍ଟା କରୁଛନ୍ତି । ଗେଟ୍ ସମ୍ମୁଖରେ ଶ୍ରୀମନ୍ଦିର ମହାପ୍ରସାଦ ରଖିଛନ୍ତି । ଭୋଟ୍ ଦେବାକୁ ଯାଉଥିବା ଛାତ୍ରୀଙ୍କୁ ମହାପ୍ରସାଦ ଦେବା ସହିତ ଗୋଲାପ ଫୁଲ ଦେଉଛନ୍ତି ଛାତ୍ରୀ ।
