
ନୟାଗଡ଼,(ଓଡ଼ିଶା ଦର୍ପଣ):ସମଗ୍ର ବିଶ୍ବରେ ସର୍ବଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ପୁର୍ନବାର ସ୍ଥାନିତ ହୋଇଛି ଡ.ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନାମ। ଶ୍ରୀ ସାହୁ ଲଗାତର ୭ ଥର ଏହି ବିରଳ ସମ୍ମାନର ଅଧିକାରୀ ହୋଇ ରାଜ୍ୟ ପାଇଁ ଜନ୍ମସ୍ଥାନ ଖଣ୍ଡପଡ଼ା ପାଇଁ ଗୌରବ ଆଣିଥିବା ଜଣଯାଇଛି।ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅଧୀନ କୁଆହରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ବୈଜ୍ଞାନିକ ଶ୍ରୀ ସାହୁ ସୁଦୁର ହାଇଦ୍ରାବାଦସ୍ଥିତ ବିଟ୍ ପିଲାନିର ଗଣିତ ବିଭାଗରେ ଏବେ ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ଯରତ ଥିବା ଜଣାପଡିଛି।ବୈଜ୍ଞାନିକ ଶ୍ରୀ ସାହୁ ପରିବର୍ତ୍ତିତ ମାଧ୍ୟାକର୍ଷଣ ଓ ବ୍ରହ୍ମାଣ୍ଡ ବିଜ୍ଞାନ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଗବେଷକ ଭାବେ ବେଶ ସୁନାମ ଅର୍ଜନ କରିଥିବା ବେଳେ ନାଭିକୀୟ ଏବଂ କଣିକା ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି।ସେ ଭାରତୀୟ ଗଣିତ ସମାଜ,ବ୍ରିକ୍ସ ମାଧ୍ୟାକର୍ଷଣ ଓ ବ୍ରହ୍ମାଣ୍ଡ ବିଜ୍ଞାନ ସଂଘ ପରିଷଦର ଜଣେ ସକ୍ରୀୟ ସଦସ୍ୟ ଭାବେ ମଧ୍ଯ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି।ଚୀନ ବିଜ୍ଞାନ ଏକାଡେମୀ ପକ୍ଷରୁ ଗତ କିଛି ମାସ ତଳେ ବୈଜ୍ଞାନିକ ଶ୍ରୀ ସାହୁଙ୍କୁ ଅତିଥି ବୈଜ୍ଞାନିକ ଭାବେ ଫେଲୋସିପ ପ୍ରଦାନ କରାଯାଇଥିଲା।ଏକାଧିକ ବିରଳ ସମ୍ମାନର ଅଧିକାରୀ ହୋଇ ପାରିଥିବା ବୈଜ୍ଞାନିକ ଶ୍ରୀ ସାହୁଙ୍କୁ ବିଟ୍ସ ପିଲାନି କର୍ତ୍ତୃପକ୍ଷ, ଅନୁଷ୍ଠାନର ଛାତ୍ରଛାତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ସମଗ୍ର ନୟାଗଡ ଜିଲ୍ଲାବାସୀ ଶ୍ରୀ ସାହୁଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବେଶ ଗର୍ବ ଅନୁଭବ କରିଥିବା ଜଣାପଡିଛି।
