ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ସମ୍ଭାବନା। ୨୧ରେ ଘୂର୍ଣ୍ଣିବଳୟ

ପୁଣି ଡରାଇଲା ଅକ୍ଟୋବରରେ ବାତ୍ୟା ଭୟ । ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ । ପରବର୍ତ୍ତୀ ସମୟରେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବା ଆଶଙ୍କା ।ହୋଇପାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁହାଁ । ୨୧ ତାରିଖ ବେଳକୁ ଅଣ୍ଡାମାନ ସାଗରରେ ଏକ ଘୂଣ୍ଣିର୍ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ୨୪କିମ୍ବା ୨୫ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ଯିବ ସେ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ । ତେବେ ଘୂର୍ଣ୍ଣିଝଡକୁ ନେଇ ବିଭିନ୍ନ ମଡେଲଗୁଡିକ ଭିନ୍ନ ଭିନ୍ନ ଆକଳନ କରିଛନ୍ତ। ECMWF ଏବଂ NCUM ମଡେଲ୍ର ଆକଳନ ଅନୁଯାୟୀ, ୨୭ରୁ ୨୯ ଅକ୍ଟୋବର ମଧ୍ୟରେ ଏହା ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବ କି ନାହିଁ, ତାହା ଏବେ ନିଶ୍ଚିତ ନୁହେଁ। ତେବେ ECMWFର ଶକ୍ତିଶାଳୀ ପରିଦୃଶ୍ୟରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ଦେଖାଯାଉଛି।

ଅଧିକ ପଢନ୍ତୁ