ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ 

ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ ।ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ଚଣ୍ଡୀପାଠରେ ମୁଖରିତ ହେଉଛି ପୂଜା ପରିବେଶ । ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।ଓଡ଼ିଶାରେ ଶକ୍ତିପୀଠ ଓ ସାର୍ବଜନୀନ ପୂଜାମଣ୍ଡପରେ ଦୁର୍ଗାପୂଜାର ନୀତିକାନ୍ତିରେ ପାର୍ଥକ୍ୟ ରହିଛି। ଶକ୍ତିପୀଠଗୁଡ଼ିକରେ ଦେବୀଙ୍କ ପାରମ୍ପରିକ ପୂଜାବିଧି ଅନୁଯାୟୀ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେଉଥିବା ବେଳେ ମଣ୍ଡପଗୁଡ଼ିକରେ ମୃଣ୍ମୟୀ ଦୁର୍ଗାଙ୍କ ମହାନବମୀ ଆରାଧନା କରାଯାଉଛି ।ପଞ୍ଜିକା ଗଣନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧୨ଟା ୫୦ ମିନିଟ୍ ରୁ ଦଶମୀ ତିଥି ଆରମ୍ଭ ହୋଇ ଆସନ୍ତାକାଲି ଅପରାହ୍ନ ପ୍ରାୟ ୨ଟା ୧୧ ମିନିଟ୍ ପର୍ଯ୍ୟନ୍ତ ରହିବ ।

ଅଧିକ ପଢନ୍ତୁ