ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ସେ କହିଛନ୍ତି ଯେ, ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଛି । ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନକୁ ହଜମ କରିବେନି ରାଜ୍ୟବାସୀ । କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥ ଠାରୁ ନିଜ ସ୍ୱାର୍ଥକୁ ଅଧିକ ବୋଲି ଭାବୁଛନ୍ତି । ବିଜେଡି ନେତା ଆଜି ଗୋଟେ କଥା, କାଲି ଗୋଟେ କଥା କହୁଛନ୍ତି । ସେ କାହା ସାଥିରେ ରହିବେ ଆଗେ ସ୍ପଷ୍ଟ କରନ୍ତୁ । ଏହାସହ ଦେଶର ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ରାଜନୈତିକ ଦଳଗୁଡ଼ିକ ଦାୟିତ୍ୱବାନ ଆଭିମୁଖ୍ୟ ରଖିବା ଉଚିତ ବୋଲି ମନମୋହନ ମତ ଦେଇଛନ୍ତି । ଚୀନ ଓ ପାକିସ୍ତାନ ସପକ୍ଷରେ ମତ ରଖୁଥିବା ଶକ୍ତିଙ୍କୁ ସମର୍ଥନ କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନ କରିବା ଉଚିତ ନୁହେଁ । ଲୋକେ ସେମାନଙ୍କୁ ଦେଖୁଛନ୍ତି । ପରୀକ୍ଷା ନିରୀକ୍ଷା କରୁଛନ୍ତି, ଠିକ ସମୟରେ ଜବାବ ଦେବେ ।
