ସାମ୍ନାକୁ ଆସିଲା ‘କିଙ୍ଗ୍‌’ର ଧମାକାଦାର୍‌ ପୋଷ୍ଟର! ଡିସେମ୍ବର ୨୪ରେ ହେବ ରିଲିଜ୍

ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ୨୦୨୩ରେ ପଠାନ୍ ଓ ଯବାନ୍ ଭଳି ବ୍ଲକ୍ବଷ୍ଟର ଫିଲ୍ମ ଦେଇ ବକ୍ସ ଅଫିସକୁ ଶାହରୁଖ ଏବେ ନିଜର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । । ପୋଷ୍ଟରରେ ଶାହରୁଖଙ୍କ ଦମ୍‌ଦାର ଲୁକ୍‌, ତୀକ୍ଷ୍ଣ ଚାହାଣି ଓ ଓଠରେ ଗୋଲାପ ତାଙ୍କ ଚରିତ୍ରକୁ ଆହୁରି ଆକର୍ଷଣୀୟ କରିଛି। ଆକ୍ସନ୍‌ ସହ ରୋମାନ୍ସର ଝଲକ ଦେଉଥିବା ଏହି ପୋଷ୍ଟର ଏବେ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।କିଙ୍ଗ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଶାହରୁଖ ଖାନଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଅଭୟ ବର୍ମା, ଅନିଲ କପୁର ଓ ଦୀପିକା ପାଦୁକୋନଙ୍କ ଭଳି କଳାକାର ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ସୁହାନା ଖାନ୍ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମଟି ୨୦୨୬ ଡିସେମ୍ବର ୨୪ ତାରିଖରେ ଖ୍ରୀଷ୍ଟମାସ ଅବସରରେ ସିନେମା ହଲକୁ ଆସିବାକୁ ଯାଉଛି ।

ଅଧିକ ପଢନ୍ତୁ