ସ୍ଥଳଭାଗ ମୁହାଁ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସକ୍ରିୟ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି 20 କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଏହା ବିଶାଖାପାଟଣା ଠାରୁ 220 କି.ମି. ଦକ୍ଷିଣ-ପୂର୍ବରେ, କାକିନାଡା ଠାରୁ 240 କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ 370 କି.ମି. ଦକ୍ଷିଣରେ ରହିଛି । ଆସନ୍ତାକାଲି(28 ଅକ୍ଟୋବର)ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅର୍ଣ୍ଣବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ଚାଲିଛି ପ୍ରସ୍ତୁତି। ବାତ୍ୟା ‘ଅର୍ଣ୍ଣବ’ ପାଇଁ ଆସନ୍ତାକାଲି କଟକ ଜିଲ୍ଲାରେ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ସବୁ ବନ୍ଦ ରହିବ। କେବଳ ଆସନ୍ତାକାଲି ଗୋଟିଏ ଦିନ ପାଇଁ ହିଁ ବନ୍ଦ ରହିବ ଏହି ସବୁ ଶିକ୍ଷାନୁଷ୍ଠାନ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସୂଚନା।”ଏହାସହ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ। ଏହାସହ ଦୁଇ ଦିନ ପାଇଁ ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପୁରୀ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ ହୋଇଛି। ଛାତ୍ରଛାତ୍ରୀଙ୍କୁ ଘରେ ସୁରକ୍ଷିତ ରହିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି।”
