ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ, ପର୍ଯ୍ୟଟକଙ୍କୁ ସମୁଦ୍ର ମନା

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ସମୁଦ୍ର ଅଶାନ୍ତ ରହିଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସମୁଦ୍ର ସ୍ନାନ ଉପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି । ପୁରୀ ବେଳାଭୂମିକୁ ସମ୍ପୂର୍ଣ୍ଣ ରେଡ୍ ଫ୍ଲାଗ ଲଗାଯାଇଛି । ପର୍ଯ୍ୟଟକ ମାନେ ଯେଭଳି ସମୁଦ୍ର ଭିତରକୁ ନ ଯିବେ ସେଥିପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସମଗ୍ର ବେଳାଭୂମିରେ ପାଟ୍ରୋଲିଂ କରାଯାଉଛି । ଯେଉଁ ପର୍ଯ୍ୟଟକ ମାନେ ସମୁଦ୍ର ଭିତରକୁ ଯାଉଛନ୍ତି ସେମାନଙ୍କୁ ଲାଇଫ ଗାର୍ଡ ମାନେ ବୁଝାସୁଝା କରି ସମୁଦ୍ର କୂଳକୁ ଆଣୁଛନ୍ତି । ଚନ୍ଦ୍ରଭାଗାରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି । ମୋଟ ୯୩ ଜଣ ଲାଇଫ ଗାର୍ଡ ପୁରୀ ବେଳାଭୂମିରେ ୧୬ ସେକ୍ଟରରେ ମୁତୟନ ଅଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ସମ୍ପୂର୍ଣ୍ଣ ବେଳାଭୂମିକୁ ଆଲର୍ଟରେ ରଖାଯାଇଛି ।

ଅଧିକ ପଢନ୍ତୁ