କ୍ରସ ଭୋଟିଂ: ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

ରାଜ୍ୟସଭା କ୍ରସ୍ ଭୋଟିଂ ବିବାଦରେ ନୂଆ ମୋଡ଼, ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ବିଜେଡିର ୫ ବିଧାୟକଙ୍କ ପାଇଁ ବଢ଼ିଲା ଆଇନଗତ ଅଡ଼ୁଆ। ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା , ସନାତନ ମହାକୁଡ, ସୋଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହେଲେ ଏହାରି ପୂର୍ବରୁ ଜବାବ ଦାଖଲ କରିବାକୁ ୫ ବିଧାୟକଙ୍କୁ ନୋଟିସ ହୋଇଛି ।

ଅଧିକ ପଢନ୍ତୁ