ଭୂସ୍ଖଳନରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ହେଲିକପ୍ଟର-ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୂସ୍ଖଳନରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ହେଲିକପ୍ଟର। ନୌସେନାର ଅତ୍ୟାଧୁନିକ ହେଲିକପ୍ଟର ‘ସିଗମିକ୍’ ସହ ନିଖୋଜଙ୍କୁ ଖୋଜିବା ପାଇଁ ଲାଇଭ ଡିଟେକ୍ସନ ୟୁନିଟର ସହାୟତା ନେବେ ରାଜ୍ୟ ସରକାର। ମାଟି ତଳେ କାଳେ କେହି ରହିଥିବେ ସେ ନେଇ ସ୍କାନ କରିବ ହେଲିକପ୍ଟର।ଭୂକମ୍ପ, ଭୂସ୍ଖଳନ, କୋଠା ଭୁଶୁଡ଼ିବା ସମୟରେ ଜୀବନ ସନ୍ଧାନ ପାଇଁ ବ୍ୟବାହର ହୋଇଥାଏ ଲାଇଭ୍ ଡିଟେକ୍ସନ୍ (Live Detection) ୟୁନିଟ। ମାଟି, ପଥର କିମ୍ବା ଭଗ୍ନାବଶେଷ ତଳେ ଚାପି ହୋଇଥିବା ଜୀବିତ ବ୍ୟକ୍ତିଙ୍କୁ ଖୋଜିବାରେ ସହାୟକ ହୋଇଥାଏ । ମାନବ ଶରୀରର ସୂକ୍ଷ୍ମ ସ୍ପନ୍ଦନ, ହୃଦସ୍ପନ୍ଦନ, ଶ୍ୱାସକ୍ରିୟା ଏବଂ ଶରୀରର ତାପମାତ୍ରାକୁ ଚିହ୍ନଟ କରେ ।ଭୁବନେଶ୍ବର ବିମାନବନ୍ଦରରୁ ଭଞ୍ଜନଗରକୁ ଯିବ ହେଲିକପ୍ଟର ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରେଲୱେ ବିଭାଗର ଚେନ୍ ପୁଲିଂ ଟେକ୍ ନିକ୍ ଲଗାଇବାକୁ ମଧ୍ୟ ଆଲୋଚନା ହୋଇଛି। ରେଲୱେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଶତାଧିକ ଶ୍ରମିକ ଲାଗିଛନ୍ତି। ଏକ୍ସପର୍ଟ ଟିମ୍ ମଧ୍ୟ ଆସୁଛନ୍ତି।

ଅଧିକ ପଢନ୍ତୁ