ଲାଞ୍ଚ ନେଇ ଧରାପଡ଼ିଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ । ରାଜସ୍ୱ ସଚିବଙ୍କ କଡ଼ା ଚେତାବନୀ ।ଶନିବାର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଚ୍ଚୋଟତାର ସହ କାମ କରିବା ସହ ସ୍ୱଚ୍ଛତା, ସାଧୁତା ଓ ସମ୍ବେଦନଶୀଳତାକୁ ସର୍ବାଧିକ ପ୍ରାଥମିକତା ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ସମସ୍ତ କର୍ମଚାରୀମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି |ଯୁବ ଅଧିକାରୀ ଲାଞ୍ଚ ନେବା ଘଟଣାକୁ ସେ ତୀବ୍ର ନିନ୍ଦା କରିଛନ୍ତି । “ଦୁର୍ନୀତି ନକରିବା ପାଇଁ ଆମେ ସମସ୍ତେ ଏକ ସ୍ୱରରେ ଶପଥ ନେଇଥିଲେ । କିନ୍ତୁ ଗତକାଲି ଜଣେ ଯୁବ ଓଡିଶା ରାଜସ୍ବ ସେବା (ORS ) ଅଧିକାରୀ, ଯିଏ କି ଏବେ ବି ପ୍ରଶିକ୍ଷଣ (ପ୍ରୋବେସନ) ରେ ଅଛନ୍ତି, ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧାରା ପଡିବା ଘଟଣା ମୋତେ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି । ସରକାରୀ ସେବାରେ ନୈତିକତା, ସାଧୁତା, ଓ ସଚ୍ଚୋଟତା ଉପରେ ବାରମ୍ବାର ଗୁରୁତ୍ୱ ଦିଆଯିବ ସତ୍ତ୍ୱେ ଏଭଳି ଘଟଣା ଘଟିବ ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ,” ବୋଲି ପାଢ଼ୀ ନିଜ ପତ୍ରରେ ଲେଖିଛନ୍ତି ।ଜଣେ ଅଧିକାରୀଙ୍କ ଦୁର୍ନୀତି କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଳଙ୍କିତ କରେ ନାହିଁ, ସମଗ୍ର ବିଭାଗର ମର୍ଯ୍ୟାଦାକୁ ମଧ୍ୟ କ୍ଷୁଣ୍ଣ କରିଥାଏ। ଏହାଦ୍ୱାରା ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯାଏ ବୋଲି ସେ ଉଲ୍ଲେଖ କରିଛନ୍ତି। ଦୁର୍ନୀତି ପ୍ରତି ବିଭାଗର ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଡ. ପାଢ଼ୀ। ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଆଇନ ଓ ସେବା ନିୟମ ଅନୁଯାୟୀ କଠୋର ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ। ଆବଶ୍ୟକ ସ୍ଥଳେ ଚାକିରିରୁ ବହିଷ୍କାର ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
