ନୟାଗଡ଼ ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗାଁରେ ମଦ ଦୋକାନ ଭାଙ୍ଗିବା ସହ ରାସ୍ତା ଅବରୋଧ

ଗାଁରେ ମଦ ବିକ୍ରିକୁ ନେଇ ତେଜିଲା ଅସନ୍ତୋଷ। ମଦ ବିକ୍ରି ହେଉଥିବା ଘର ଭାଙ୍ଗିବା ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ନୟାଗଡ଼ ଜିଲ୍ଲା ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗ୍ରାମବାସୀଙ୍କ ପ୍ରତିବାଦ। ଗ୍ରାମରେ ମଦ ବିକ୍ରି ଯୋଗୁ ସାମାଜିକ ପରିବେଶ ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ମଦ ବିକ୍ରିକୁ ତୀବ୍ର ବିରୋଧ କରିଥିଲେ। ଏପରିକି ମଦ ବିକ୍ରି ହେଉଥିବା ଘରର ଆଜ୍‌ବେଷ୍ଟସ୍‌କୁ ଶନିବାର ଭାଙ୍ଗି ଦେଇଛନ୍ତି।
ଏହାକୁ ନେଇ ଗ୍ରାମବାସୀ ଗ୍ରାମର ବାଇପାସ ରୋଡ୍‌ ଅବରୋଧ କରି ରାସ୍ତାରୋକୋ କରିଥିଲେ।ଖବର ପାଇ ଟାଉନ ଥାନା ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ନେବାର ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ। ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଦମୁକ୍ତ ଗାଁ ଗଠନର ଦାବି ଜୋର ଧରିଛି। ଆଇନକୁ ହାତକୁ ନ ନେଇ ଏଭଳି ବେଆଇନ ମଦ କାରବାର ବିରୋଧରେ ପ୍ରଶାସନ ଓ ଅବକାରୀ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ଅଧିକ ପଢନ୍ତୁ