କାଳୀପୂଜା ଓ ଦୀପାବଳି ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା । ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିଚାଳନା ଉପରେ ରହିଛି ସ୍ୱତନ୍ତ୍ର ନଜର । ଚୋରି ଓ ଅସାମାଜିକ କାର୍ଯ୍ୟ ରୋକିବାକୁ ପୋଲିସ ସଜାଗ ରହିବ ବୋଲି ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ କହିଛନ୍ତି ।କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ବିକ୍ରି କରିପାରିବେ ବାଣ । ବାଣ ଗଚ୍ଛିତ ରଖିବାରେ ସୁରକ୍ଷା ନିୟମ ପାଳନ ବାଧ୍ୟତାମୂଳକ । ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରେ କଟକଣା । ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ଅଭିଭାବକଙ୍କୁ ଅପିଲ୍ କରିଛନ୍ତି ପୋଲିସ କମିଶନର ।ବୟସ୍କ, ଶିଶୁ ଓ ହସ୍ପିଟାଲର ରୋଗୀଙ୍କୁ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସିପି । ଅନ୍ୟପଟେ କଟକ ସହରରେ ୬୦ ପ୍ଲାଟୁନ୍ ଫୋର୍ସ ପୂଜା ଓ ଭସାଣି ପାଇଁ ମୁତୟନ ରହିବେ। ସେହିଭଳି ବାଣ କେବଳ ସନ୍ଧ୍ୟା ୭ରୁ ୯ ମଧ୍ୟରେ ଫୁଟାଇ ପାରିବେ । ଯଦି କେହି ନିୟମ ଉଲ୍ଲଂଘନ କରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।
