ବାତ୍ୟା ନେଇ କେବଳ କଳ୍ପନାଜଳ୍ପନା :୧୪ରେ ଲଘୁଚାପ, ୧୫ରେ ଅବପାତ

ବାତ୍ୟା ନେଇ କେବଳ କଳ୍ପନାଜଳ୍ପନା । ବଙ୍ଗୋପସାଗରରେ ନୂଆ ଅବପାତ ସମ୍ଭାବନା । ଇସ୍ରୋ ସାଟେଲାଇଟ୍ ଚିତ୍ରରେ ବିଶାଳ ମେଘମାଳା । ୧୩ରେ ଲଘୁଚାପ ଓ ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ । ତେବେ ଅବପାତ ପରେ ଏହାର ତୀବ୍ରତା ଓ ଗତିପଥ କେଉଁ ଦିଗକୁ ରହିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ବାତ୍ୟାର ରୂପ ନେବା ନେଇ ମଧ୍ୟ ଏଯାଏଁ କୌଣସି ନିଶ୍ଚିତ ପୂର୍ବାନୁମାନ ହୋଇନାହିଁ। ବିଦେଶୀ ପାଣିପାଗ ମଡେଲ୍ ବାତ୍ୟା ଆଡ଼କୁ ଇଙ୍ଗିତ କରୁଛି କିନ୍ତୁ ଆଇଏମ୍ ଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବାତ୍ୟା ପୂର୍ବାନୁମାନ ଜାରି ହୋଇନାହିଁ । ପାଣିପାଗ ବିଭାଗର ପୂର୍ବାନୁମାନ-ଏବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୬-୭ ଦିନ ଯାଏ ପାଗ ବିଶେଷ ବଦଳିବା ସମ୍ଭାବନା ନାହିଁ । ଭୁବନେଶ୍ଵର ସମେତ ଅଳ୍ପ କେତେକ ଜାଗାରେ ହାଲୁକା ଥଣ୍ଡା ସ୍ଥିତି ରହିବ।୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ବିଶେଷ ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି। ଏଥିରୁ ଅନୁମାନ କରାଯାଇପାରେ ସମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶାକୁ ବିଶେଷ ପଡ଼ିବା ସମ୍ଭାବନା କମ୍।

ଅଧିକ ପଢନ୍ତୁ