ଡିଜିଟାଲ୍ ଦୁନିଆରେ ହଠାତ୍ ବଡ଼ ଧରଣର ବିଭ୍ରାଟ। ଅଫିସ୍ କାମ ହେଉ କି ବ୍ୟକ୍ତିଗତ ଯୋଗାଯୋଗ, ଇମେଲ୍ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦେଖାଦେଇଛି ସମସ୍ୟା। ହଠାତ୍ ଡାଉନ୍ ହୋଇଯାଇଛି ମାଇକ୍ରୋସଫ୍ଟର ଇମେଲ୍ ସର୍ଭିସ୍ ଆଉଟଲୁକ୍ ଏବଂ ମାଇକ୍ରୋସଫ୍ଟ ୩୬୫।ପ୍ରାରମ୍ଭରେ, ଲୋକମାନେ ଭାବିଥିଲେ ଯେ ସର୍ଭର ଟ୍ରାଫିକରେ ହଠାତ୍ ବୃଦ୍ଧି ଯୋଗୁଁଁ ଏହି ସମସ୍ୟା ସୃଷ୍ଟି ହୋଇଛି, କିନ୍ତୁ କମ୍ପାନୀର ପ୍ରାରମ୍ଭିକ ତଦନ୍ତରେ ଏକ ଭିନ୍ନ କାରଣ ପ୍ରକାଶ ପାଇଛି। ଅନେକ Microsoft ସର୍ଭର ହଠାତ୍ କାମ କରିବା ବନ୍ଦ କରିଦେଇଥିଲା ଏବଂ ଅବଶିଷ୍ଟ ସର୍ଭରଗୁଡ଼ିକ ଉପରେ ଲୋଡ୍ ବଢ଼ିବାରେ ଲାଗିଥିଲା।ଭାରତ ସମେତ ବିଶ୍ୱବ୍ୟାପୀ ବ୍ୟବହାରକାରୀମାନେ ସେମାନଙ୍କ ଆକାଉଣ୍ଟରେ ଲଗ୍ ଇନ୍ କରିବା, ଇମେଲ୍ ପଠାଇବା ଏବଂ ନୂତନ ଇମେଲ୍ ପାଇବାରେ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କଲେ। ଅନେକ ବ୍ୟବହାରକାରୀ ସେମାନଙ୍କର ଇନବକ୍ସ ଖୋଲିପାରିଲେ ନାହିଁ।ଅନ୍ୟପଟେ ଡାଉନ୍ଡିଟେକ୍ଟରରେ ଆଉଟଲୁକ୍ ସମସ୍ୟାକୁ ନେଇ ଏକ ଲକ୍ଷରୁ ଅଧିକ ଅଭିଯୋଗ ରେକର୍ଡ ହୋଇଥିବା ବେଳେ ମାଇକ୍ରୋସଫ୍ଟ ୩୬୫କୁ ନେଇ ମଧ୍ୟ ହଜାର ହଜାର ୟୁଜର ଅଭିଯୋଗ କରିଛନ୍ତି। ଏବେ ମାଇକ୍ରୋସଫ୍ଟର ଟେକ୍ନିକାଲ୍ ଟିମ୍ ସମସ୍ୟାର ସମାଧାନ ପାଇଁ କାମ କରୁଛି।
