ଲଗାତାର କମିବାରେ ଲାଗିଛି ସୁନା ଏବଂ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୭,୩୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୫,୮୯୦ ଟଙ୍କା ଛୁଇଁଛି । ୧୮ କ୍ୟାରେଟ ସୁନା ଦାମ୍ ୧,୦୩,୦୦୦ ଟଙ୍କା ରହିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୫,୦୦୦ ଟଙ୍କା ଶସ୍ତା ହୋଇ ୧,୯୫,୦୦୦ ଟଙ୍କାକୁ ଖସିଆସିଛି। ରିପୋର୍ଟ ଅନୁସାରେ, ଗତ ବର୍ଷ ତୁଳନାରେ ଏ ବର୍ଷ ଧନତେରସ ଏବଂ ଦୀପାବଳିରେ ସୁନା କ୍ରୟ ୩୦% ବଢ଼ିଛି। ଏହି ସମୟରେ ଦେଶରେ ପାଖାପାଖି ୮୯ ଟନ ସୁନା କିଣିଛନ୍ତି ଦେଶବାସୀ, ଯାହାର ମୂଲ୍ୟ ପାଖାପାଖି ୭୨,୦୦୦ କୋଟି ଟଙ୍କା। ଅନ୍ୟପକ୍ଷରେ, ରୁପା କ୍ରୟ ବି ୧୦% ବଢ଼ି ୩୦୦ ଟନରେ ପହଞ୍ଚିଯାଇଛି, ଯାହାର ମୂଲ୍ୟ ପାଖାପାଖି ୫,୪୦୦ କୋଟି ଟଙ୍କା।

ଅଧିକ ପଢନ୍ତୁ