ପ୍ରେମ ବିବାଦକୁ କେନ୍ଦ୍ର କରି ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱରରେ ଅଭାବନୀୟ ଘଟଣା । ନିଜ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଜଣେ ଯୁବତୀ । ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଏହି ଘଟଣା ଘଟିଛି ।କାଫେ ଭିତରେ କ’ଣ ଏଭଳି ଘଟଣା ଘଟିଲା ଯାହାକୁ ନେଇ ଯୁବତୀ ଜଣକ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ତା’ର ଅନୁସନ୍ଧାନ ଚଳାଇଛି ପୁଲିସ।ଯୁବତୀ ଜଣଙ୍କ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଏମସରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନଷ୍ଟିଚ୍ୟୁଟର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ଅଟକାଇ ପୋଲିସ୍ ଜିମା ଦେଇଥିଲେ। ଯୁବକର ଘର ଅନୁଗୋଳ ବୋଲି ପୋଲିସ କହୁଛି।ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ବିବାଦ ଏହି ଘଟଣାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ ।

ଅଧିକ ପଢନ୍ତୁ