ବିଧାନସଭା ଶୀତ ଅଧିବେଶନ ଆରମ୍ଭ  ଶୋକ ପ୍ରସ୍ତାବ, ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି 

ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ରାଷ୍ଟ୍ରଗାନ ଏବଂ ଜାତୀୟ ସଙ୍ଗୀତ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।  ଗୃହର ଚାରି ଜଣ ଦିବଂଗତ ସଦସ୍ୟ ଓ ନିକଟରେ ଘଟିଥିବା ଭୁସ୍କଳନରେ ପ୍ରାଣ ହରାଇଥିବା କନ୍ଧମାଳ ଗଞ୍ଜାମବାସୀଙ୍କ ପାଇଁ ଶୋକ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକକୁ ବିରୋଧୀ ଦଳ ନେତା ନିବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା, ସି ପି ଆଇ ଏମ ଦଳ ସଦସ୍ୟ ସମର୍ଥନ କରି ଶୋକ ପ୍ରକାଶ କରିଥିଲେ। ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଂଗତ ସଦସ୍ୟ ଓ ଭୁ ସ୍କଳନରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ କରିବା ସହ ଗୃହର ଗଭୀର ଶ୍ରଦ୍ଧାଞ୍ଜଳି ସେମାନଙ୍କ ଆତ୍ମୀୟ ମାନଙ୍କୁ ଜଣାଇ ଦିଆଯିବ ବୋଲି କହିବା ପରେ ସେହି ଦିବଂଗତଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଅପରାହ୍ନରେ ୨୦୨୬- ୨୭ ମସିହାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅଧିକ ପଢନ୍ତୁ