ଖୁବଶୀଘ୍ର ଓଡ଼ିଶା ପାଇବ ନୂଆ ଡିଜିପି। ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ରଙ୍କ ଅବସରକୁ ମିଳିଛି ଅନୁମତି। ନଭେମ୍ବର ୩୦ ତାରିଖରେ ଚାକିରିରୁ ଅବସର ନେବେ । ୧୯୯୩ ବ୍ୟାଚର IPS ବିନୟତୋଷ ମିଶ୍ର । ଅଗଷ୍ଟ ୧୬ରେ ନେଇଥିଲେ ଅନ୍ତରୀଣ ଡିଜିପି ଦାୟିତ୍ଵ । ତତ୍କାଳୀନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ବିନୟତୋଷଙ୍କୁ ଅନ୍ତରୀଣ ଭାବେ ଏହି ଦାୟିତ୍ୱ ଦିଆଯାଇଥିଲା। ଏବେ ତାଙ୍କ ଅବସର ତାରିଖ ପାଖେଇ ଆସୁଥିବାରୁ ନୂଆ ଡିଜିପି ନିଯୁକ୍ତି ନେଇ ପ୍ରକ୍ରିୟା ଓ ପରବର୍ତ୍ତୀ ସରକାରୀ ନିଷ୍ପତ୍ତି ଉପରେ ନଜର ରହିଛି। ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି । ଏବେ ଚୂଡ଼ାନ୍ତ ରାୟକୁ ଅପେକ୍ଷା ରହିଛି । ୨୭ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଯଦି ୨୭ ତାରିଖରେ ରାୟ ପ୍ରକାଶ ପାଇବ ତେବେ ଡିସେମ୍ଵରରେ ନୂଆ ଡିଜିପି ନିଯୁକ୍ତି ହେବେ ବୋଲି କୁହାଯାଉଛି ।
