ବାତ୍ୟା ‘ଅକଭାନ’କୁ ନେଇ ବଢ଼ୁଛି ଚିନ୍ତା! ନଭେମ୍ବର ୧୯ରୁ ୨୧ ଯାଏଁ ଭିତରକନିକା ବନ୍ଦ

ବାତ୍ୟା ଅକଭାନକୁ ନେଇ ସତର୍କ ପ୍ରଶାସନ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ତିନିଦିନ ପାଇଁ ବନ୍ଦ ହେଲା ଭିତରକନିକା। ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଛି।ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବାତ୍ୟା ଯୋଗୁଁ ନୌଯାତ୍ରା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଏହା ସହିତ ରାତ୍ରିଯାପନ ପାଇଁ ପୂର୍ବରୁ କରାଯାଇଥିବା ସମସ୍ତ ବୁକିଂ ବାତିଲ କରାଯାଇଛି ।ବାତ୍ୟା ଅକଭାନକୁ ନେଇ ବଢ଼ିଛି ସତର୍କତା। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ୍ଦ ରଖାଯାଇଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ।ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

ଅଧିକ ପଢନ୍ତୁ