୬ ଦିନର ମହାଅଭିଯାନ, ୧୬ ଜୀବନ ନେଇଥିବା “କାବରା କାନ’କୁ ଟ୍ରାଙ୍କୁଲାଇଜ୍

ଛତିଶଗଡ଼ର ତିନୋଟି ଜିଲ୍ଲାରେ ଆତଙ୍କ ସୃଷ୍ଟି କରି ୧୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତାହାତୀ ଶେଷରେ ବନ ବିଭାଗ ପଞ୍ଝାରେ ପଡ଼ିଛି। ୬ ଦିନର ନିରନ୍ତର ଅଭିଯାନ ପରେ ବୁଧବାର ସ୍ଥାନୀୟ ଅଞ୍ଚଳରେ ”କାବରା କାନ୍” ଭାବେ ପରିଚିତ ଏହି ଦନ୍ତାହାତୀକୁ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରାଯାଇଛି। ତେବେ ହାତୀକୁ ଧରିବା ପରେ ତା’ ବେକରେ ଲଗାଯାଇଛି ସାଟେଲାଇଟ୍ ରେଡିଓ କଲାର।ସୂଚନା ଅନୁସାରେ, ଛତିଶଗଡ଼ର ସୂରଜପୁର ଓ ପାଖାପାଖି ବଳରାମପୁର ଜିଲ୍ଲାରେ ଏହି ଦନ୍ତାହାତୀ ଦୀର୍ଘ ୬ରୁ ୭ ମାସ ଧରି ଆତଙ୍କ ସୃଷ୍ଟି କରିଥିଲା। ହାତୀର କାନରେ ଥିବା ଦାଗ ଓ ଅସମାନ ରଙ୍ଗ ଯୋଗୁଁ ସ୍ଥାନୀୟ ଲୋକେ ଏହାକୁ ‘କବରା କାନ୍’ ବୋଲି ଡାକୁଥିଲେ। ଏହି ହାତୀ ଆକ୍ରମଣରେ ଏଯାଏଁ ୧୬ ଜଣଙ୍କ ଜୀବନ ଯାଇଛି।

ହାତୀର ଗତିବିଧି ଉପରେ ନଜର ରଖିବାକୁ ପ୍ରାୟ ୨୦୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଦୀର୍ଘ ଦିନ ଧରି ଉପଯୁକ୍ତ ସମୟ ଓ ସୁଯୋଗକୁ ଅପେକ୍ଷା କରିଥିଲା ଟିମ୍। ଶେଷରେ ବୁଧବାର ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଅଚେତ କରାଯାଇଥିଲା। ଆଗାମୀ ତିନି ଦିନ ପର୍ୟ୍ୟନ୍ତ ରେଡିଓ କଲାର ମାଧ୍ୟମରେ ହାତୀର ଗତିବିଧି ଓ ଆଚରଣ ଉପରେ କଡ଼ା ନଜର ରଖାଯିବ। ଯଦି ତା”ର ଆଚରଣରେ କୌଣସି ଆକ୍ରମଣାତ୍ମକ ପରିବର୍ତ୍ତନ ଦେଖାଯାଏ, ତେବେ ପୁନର୍ବାର ଅନୁମତି ନେଇ ତାକୁ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଧିକ ପଢନ୍ତୁ