ପର୍ଯ୍ୟଟକଙ୍କ ପାଇଁ ୧୯ ସନ୍ଧ୍ୟାରୁ ୨୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ବନ୍ଦ

ବାତ୍ୟା ପ୍ରଭାବରେ ଗୁରୁବାରଠାରୁ ହିଁ ଓଡ଼ିଶାରେ ଆରମ୍ଭ ହୋଇ ଯାଇଛି ବର୍ଷା !ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ୬ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ତେବେ ଆସନ୍ତାକାଲି ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଆଡ଼କୁ ଅଧିକ ମୁହାଁଇବାକୁ ଥିବାରୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ । ତେବେ ସମ୍ଭାବ୍ୟ ବାତ୍ୟା ଅକଭାନକୁ ଦୃଷ୍ଟିରେ ରଖି କୋଣାର୍କ ସୂର୍ଯ୍ୟମନ୍ଦିର ଶୁକ୍ରବାର ଓ ଶନିବାର ଦୁଇ ଦିନ ବନ୍ଦ ରହିବ। ଏନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟକଙ୍କ ପାଇଁ ୧୯ ସନ୍ଧ୍ୟାରୁ ୨୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ବନ୍ଦ ରଖାଯାଇଛି।ଏଥିସହିତ ଅନଲାଇନ ଟିକେଟ,ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ମଧ୍ୟ ବନ୍ଦ କରାଯାଇଛି। ଏହି ସହ ଆଗମୀ ୩ଦିନ ପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଣାର୍କ ଓ ଚନ୍ଦ୍ରଭାଗାରେ ରହିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

ଅଧିକ ପଢନ୍ତୁ