ଭାରତର ଆର୍ଥିକ ଅଭିବୃଦ୍ଧିକୁ ଉଚ୍ଚ ପ୍ରଶଂସା କରି ଫେଡେରାଲ୍ ରିଜର୍ଭ ଉପରେ ବର୍ଷିଲେ ଟ୍ରମ୍ପ

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ସେ ଭାରତର ଆର୍ଥିକ ଅଭିବୃଦ୍ଧିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତରେ ସୁଧ ହାର କମ୍ ଥିବା ସହ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଥିବା ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି, ଆମେରିକା ମଧ୍ୟ ଏଭଳି ଅଭିବୃଦ୍ଧି ହାସଲ କରିପାରିବ।ନିକଟରେ ଏସିଆ ଗସ୍ତରୁ ଫେରିବା ପରେ ନିଜର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଟ୍ରମ୍ପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ୍ ରିଜର୍ଭ’ (Federal Reserve) ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଫେଡେରାଲ୍ ରିଜର୍ଭ ସୁଧ ହାର ନିର୍ଦ୍ଧାରଣ କ୍ଷେତ୍ରରେ ରାଜନୈତିକ ଆଭିମୁଖ୍ୟ ଗ୍ରହଣ କରୁଛି।

ସେ ଆହୁରି କହିଛନ୍ତି ଯେ ଦେଶର ଅର୍ଥନୈତିକ ସୂଚକାଙ୍କଗୁଡ଼ିକ ମଜବୁତ ଥିବା ସତ୍ତ୍ୱେ, ଏହି ସଂସ୍ଥା ଋଣ ନେବା ଖର୍ଚ୍ଚ (ସୁଧ ହାର) ବୃଦ୍ଧି କରିଚାଲିଛି। ସୁଧ ହାର ଅତ୍ୟଧିକ ଅଧିକ ରହିଛି କାରଣ ଆମର ଫେଡେରାଲ୍ ରିଜର୍ଭ ଅତ୍ୟଧିକ ରାଜନୈତିକ ହୋଇଯାଇଛି। ମୁଁ ଏହାର ଅଧ୍ୟକ୍ଷଙ୍କୁ ଦୋଷ ଦେଉନାହିଁ। ବରଂ ଆମର ଫେଡେରାଲ୍ ରିଜର୍ଭ ଯେପରି ରାଜନୈତିକ ରଙ୍ଗ ନେଇଛି, ମୁଁ ସେହି ବିଷୟକୁ ସମାଲୋଚନା କରୁଛି।ସେ ଯୁକ୍ତି ବାଢ଼ିଛନ୍ତି ଯେ ଯେତେବେଳେ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସେ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ କରିବା ଉଚିତ୍ । ନିଜ ମନ୍ତବ୍ୟ ଦେବା ସମୟରେ ଟ୍ରମ୍ପ ଫେଡେରାଲ୍ ରିଜର୍ଭର ପୂର୍ବତନ ଅଧ୍ୟକ୍ଷ ଆଲାନ ଗ୍ରୀନସ୍ପାନଙ୍କୁ ଟ୍ରମ୍ପ କହିଲେ, “ଯଦି ଆପଣ ଭାରତକୁ ଦେଖନ୍ତି, ତେବେ ସେଠାରେ ସୁଧ ହାର କମ୍ ଅଛି ଏବଂ ଜିଡିପି (GDP)

ଅଧିକ ପଢନ୍ତୁ