ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାର ଆଜି ଉତ୍ତରାଖଣ୍ଡର ହରିଦ୍ୱାରର ଚଣ୍ଡୀଘାଟସ୍ଥିତ ମୋକ୍ଷଧାମରେ ତାଙ୍କ ମା’ ସାବିତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସାବିତ୍ରୀ ଦେବୀଙ୍କ ସାନ ପୁଅ ମହେନ୍ଦ୍ର ସିଂ ବିଷ୍ଟ ତାଙ୍କୁ ମୁଖାଗ୍ନି ଦେଇଥିଲେ ।ଅନ୍ତିମ ସଂସ୍କାର ପୂର୍ବରୁ ଶନିବାର ନିଜ ପୈତୃକ ଗାଁ ପଞ୍ଚୁରରେ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଯୋଗୀ ଆଦିତ୍ୟନାଥ । ଏହି ସମୟରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ମା’ଙ୍କ ମରଶରୀରକୁ କାନ୍ଧ ଦେଇଥିଲେ ଯୋଗୀ । ଏହାପରେ ଶେଷଯାତ୍ରା ଚଣ୍ଡୀଘାଟ ଅଭିମୁଖେ ବାହାରିଥିଲା ।ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲା ପଞ୍ଚୁର ଗାଁରେ ଥିବା ନିଜ ପୈତୃକ ଘରେ ୯୧ ବର୍ଷ ବୟସରେ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ଗାଁ ଲୋକେ କହିଛନ୍ତି । ମା’ଙ୍କ ମୃତ୍ୟୁ ଖବର ପାଇବା ପରେ ଯୋଗୀ ଆଦିତ୍ୟନାଥ ନିଜ ପୈତୃକ ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ସାବିତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶର ଅନେକ ନେତା ଓ ମନ୍ତ୍ରୀ ହରିଦ୍ୱାର ଯାଇଥିଲେ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମଧ୍ୟ ସେମାନେ ପହଞ୍ଚିଥିଲେ ।
