ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଅଭାବନୀୟ ଘଟଣା । ଥାନାରେ କାର୍ଯ୍ୟରତ ମହିଳା ସବ୍ ଇନିସପେକ୍ଟର ପ୍ରଭାସିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ।ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗଞ୍ଜାମ ଏସପି। ମୃତ୍ୟୁର କାରଣ ଖୋଜୁଛି ପୋଲିସ। ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଏଭଳି ମୃତ୍ୟୁ ପଛରେ କ’ଣ କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।ମୃତ ଏସ୍ଆଇ ପ୍ରଭାସିନୀ ସାହୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମହନ୍ତପୁର ଗ୍ରାମର ବାସିନ୍ଦା । ଗତ ସେପ୍ଟେମ୍ବର ମାସରେ ପୁରୁଷୋତ୍ତମପୁର ଥାନାରେ ନୂଆ କରି ଯୋଗଦେଇ କାର୍ଯ୍ୟରତ ଥିଲେ ।ପାରିବାରିକ ସମସ୍ୟା, କାର୍ଯ୍ୟଜନିତ ଚାପ ନା ଅନ୍ୟ କୌଣସି କାରଣ ଏହାକୁ ନେଇ ତଦନ୍ତ ଜାରି ରହିଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଗଞ୍ଜାମ ଏସ୍ପି ହରିଶ ବି.ସି. ସୂଚନା ଦେଇଛନ୍ତି ।ସେପଟେ ପ୍ରଭାସିନୀ ଆତ୍ମହତ୍ୟା କରିନାହାନ୍ତି। ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର।
