ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୋମବାର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ ର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ମୋଟ ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ ପରୀକ୍ଷା ହୋଇଥିବାବେଳେ ଉଭୟ ପେପର୍‌ରେ ମୋଟ ୫୯ ହଜାର ୩୫୭ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ ।ସୂଚନା ଅନୁଯାୟୀ, ପେପର୍‌-୧ରେ ୫୫ ହଜାର ୧୯୩ ଜଣ ଫର୍ମ ପୂରଣ କରିଥିବାବେଳେ ୫୨ ହଜାର ୧୯ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪୧ ହଜାର ୧୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ରହିଛି ୭୯.୧୯ ପ୍ରତିଶତ।ସେହିପରି ପେପର୍‌-୨ରେ ୪ ହଜାର ୧୬୪ ଜଣ ଫର୍ମ ପୂରଣ କରିଥିବାବେଳେ ୩ ହଜାର ୯୪୯ ଜଣ ପରୀକ୍ଷା ଦେଇଥିଲେ । ଏଥିରେ ୩ ହଜାର ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ପାସ୍ ହାର ୭୮.୬୫ ପ୍ରତିଶତ ରହିଛି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ନଭେମ୍ବର ୨୫ ତାରିଖ ସକାଳ ୧୦ଟାରୁ ନିର୍ଦ୍ଧାରିତ ଦେୟ ପୈଠ କରି ପରିଷଦର ୱେବ୍‌ସାଇଟ୍‌ରୁ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ । ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ମାଧ୍ୟମରେ ନିଜର ଫଳାଫଳ ଯାଞ୍ଚ କରିପାରିବେ। ଆଜି ସନ୍ଧ୍ୟା ୫.୩୦ ରୁ ଏହି ଲିଙ୍କ୍ ଉପଲବ୍ଧ ହୋଇଛି।

ଅଧିକ ପଢନ୍ତୁ