୮୦ତମ ସ୍ଵାଧୀନତା ଦିବସ ପାଳନ କରୁଛି ଦେଶ। ଆଜି ସ୍ଵାଧୀନ ଭାରତର ଗୌରବମୟ ଯାତ୍ରାରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଧୀନତା ଦିବସରେ ସବୁଙ୍କୁ ହୃଦୟର ଅଭିନନ୍ଦନ ଓ ଶୁଭେଚ୍ଛା। ଜାତିର ସ୍ବାଧୀନତା ଓ ସୁରକ୍ଷା ପାଇଁ ଆତ୍ମଦାନ କରିଥିବା ଅମର ସହିଦମାନେ ଓ ସ୍ବାଧୀନତା ସେନାନୀମାନଙ୍କୁ ମୁଁ ମୋର ନମ୍ର ସମ୍ମାନ ଜଣାଉଛି। ଆସନ୍ତୁ, ସମସ୍ତଙ୍କ ମଧ୍ୟରେ ଏକତାର ଅନୁଭୂତିକୁ ସାଙ୍କୁଳ କରି, ରାଜ୍ୟ ଓ ଦେଶକୁ ସ୍ରେଷ୍ଠ ତିଆରି କରିବା ଦିଗରେ ସାଥି ସାଥି ଆଗକୁ ବଢିବା ।
