ବିଧାୟକଙ୍କୁ ସାମ୍ବିଧାନିକ ଦାୟିତ୍ୱର ପାଠ ପଢ଼ାଇବାକୁ ଉପରାଷ୍ଟ୍ରପତିଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ। କିନ୍ତୁ ଏହି କାର୍ଯ୍ୟକ୍ରମକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ବିବାଦ। କାର୍ଯ୍ୟକ୍ରମକୁ ବୟକଟ୍ କରିବ କଂଗ୍ରେସ।ଶୁକ୍ରବାର ଭୁବନେଶ୍ୱରରେ ଗଣମାଧ୍ୟମ କୁ ସୂଚନା ଦେଇ ଏଭଳି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳର ବିଧାୟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନଯିବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନା ମୁତାବକ ଆସନ୍ତା ନଭେମ୍ବର ୧୬ ତାରିଖ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି । ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର ଓ କଟକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଓ ଦିଗ୍ ଦର୍ଶନ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାରର ଲୋକାର୍ପଣ କରିବେ।ଏହି ଅବସରରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ବ୍ରଜମୋହନ ରାମ ଉଦ୍ ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଉପରାଷ୍ଟ୍ରପତି ବିଧାୟକମାନଙ୍କୁ ସମ୍ବୋଧିତ କରିବେ ।
