ବିଶ୍ୱର ପ୍ରମୁଖ ଏଆଇ (AI) ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆକୁ ଜେନସନ୍ ହୁଆଙ୍ଗଙ୍କ ହୋଇଛି ପ୍ରତ୍ୟାବର୍ତ୍ତନ। ସେ ଇସ୍ତଫା ଦେବାର ଦୁଇ ସପ୍ତାହରୁ କମ୍ ସମୟରେ କମ୍ପାନୀ ନିଜର ନିଷ୍ପତ୍ତି ବଦଳାଇଛି। କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ବା ନିର୍ଦ୍ଦେଶକ ମଣ୍ଡଳୀ ତାଙ୍କୁ ପୁଣି ଅଧ୍ୟକ୍ଷ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଏବଂ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତି ସହ ହୁଆଙ୍ଗ ପୁଣିଥରେ କମ୍ପାନୀର ନେତୃତ୍ୱ ନେବେ। ଚୀନର ଗୁପ୍ତଚର ସନ୍ଦେହ କରାଯାଉଥିବା ଜଣେ ମହିଳା ଆଲିସ ହୁଆଙ୍ଗଙ୍କ ସହ ପରକୀୟା ପ୍ରୀତି ଧରାପଡ଼ିବା ପରେ ସେ ସିିଇଓ ପଦରୁ ଇସ୍ତଫା ଦେଇଥିଲେ। ହୁଆଙ୍ଗ ପୁନଃନିଯୁକ୍ତିକୁ ଆମେରିକା ସରକାରଙ୍କ ମଧ୍ୟ ସବୁଜ ସଙ୍କେତ ମିଳିଛି। ସେ ଜାତୀୟ ସୁରକ୍ଷା ପ୍ରତି ବିପଦ ନୁହନ୍ତି ବୋଲି ସରକାର କହିଛନ୍ତି। ହୁଆଙ୍ଗଙ୍କ ସହ ଏକାଧିକ ଥର ଆଲୋଚନା କରିବା ପରେ ତାଙ୍କୁ ସିିଇଓ ପଦ ଫେରାଇଦେବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି ଖବର ପ୍ରଚାର ହେବା ପରେ କମ୍ପାନିର ସେୟାର ମୂଲ୍ୟରେ ୩୧% ବୃଦ୍ଧି ହୋଇଛି। ବୋର୍ଡ କହିଛି ଯେ, ସରକାରଙ୍କଠାରୁ ମିଳିଥିବା ସୂଚନା ଆଧାରରେ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଆମେରିକାର ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ଏହା ଆଶ୍ୱସ୍ତ ହୋଇଛି। ବୋର୍ଡ ଅଧ୍ୟକ୍ଷ ହାର୍ଭେ ସି. ଜୋନ୍ସ କହିଛନ୍ତି ଯେ, କମ୍ପାନୀର ନେତୃତ୍ୱ ନେବା ପାଇଁ ହୁଆଙ୍ଗ ହିଁ ଉପଯୁକ୍ତ ବ୍ୟକ୍ତି। ତାଙ୍କ ଫେରିବା ଦ୍ୱାରା ଶେୟାରହୋଲ୍ଡର, କର୍ମଚାରୀ, ସହଯୋଗୀ ଓ ଗ୍ରାହକଙ୍କ ହିତ ସାଧିତ ହେବ।
