ଆସନ୍ତାକାଲି ପୁଣିଥରେ ରତ୍ନଭଣ୍ଡାରରେ ରତ୍ନ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ଓ ୨୭ ତାରିଖ ଦିନ ମାର୍ଗଦର୍ଶିକା ଆଧାରରେ ଅନୁମୋଦିତ ବ୍ୟକ୍ତିମାନେ ଗଣତି ପାଇଁ ଭଣ୍ଡାରକୁ ପ୍ରବେଶ କରିବେ ।ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ସରିଛି। କାର୍ତ୍ତିକ ମାସରେ ନୀତି ବହୁଳତା ଥିବାରୁ ସେବକ ଏବଂ କମାଣ୍ଡରଙ୍କ ପରାମର୍ଶ ନେଇ ଏହି ପ୍ରକ୍ରିୟାକୁ ସ୍ଥଗିତ,ରଖାଯାଇଥିଲା।ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଏବଂ ଆଜି ଗୋଟିଏ ଦିନ ଛାଡ଼ି ନଭେମ୍ବର ୨୬ ଓ ୨୭ ତାରିଖ ଦିନ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହେବ।ଏହି ଗଣତି ମଣତି ସମୟରେ ନୀତିକାନ୍ତି ସୂଚାରୁ ରୂପେ ଚାଲିବା ନେଇ ସମସ୍ତ ସେବକ, ବିଶେଷକରି ପାଳିଆ ସେବକମାନେ ସହଯୋଗ କରିବା ନେଇ ଆଲୋଚନା ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
