Oplus_131072

ଡିସେମ୍ବର ୨ରେ ନୟାଗଡ଼ ବ୍ଲକସ୍ତରୀୟ ବିଜ୍ଞାନ ମେଳା, ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୨ ତାରିଖରେ ପିଏମ୍ ଶ୍ରୀ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜନ କରିବାକୁ ପ୍ରାଥମିକ ଭାବେ ସ୍ଥିର କରାଯାଇଛି।ବୈଠକରେ ମେଳାରେ ବିଦ୍ୟାଳୟଗୁଡ଼ିକର ଅଂଶଗ୍ରହଣ ଓ ପ୍ରକଳ୍ପ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରୁ ଗୋଟିଏ ଏବଂ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ସର୍ବାଧିକ ଦୁଇଟି ଲେଖାଏଁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହେବ। ଏଥିସହ ମେଳାର ସୁଚାରୁ ପରିଚାଳନା ଓ ସଫଳ ଆୟୋଜନ ପାଇଁ ଶିକ୍ଷକ ଏବଂ ସିଆରସିସିମାନଙ୍କୁ ନେଇ ବିଭିନ୍ନ ଉପକମିଟି ଗଠନ କରାଯାଇଛି।
ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଓ ଅମିତା ମିଶ୍ରଙ୍କ ସମେତ ସମସ୍ତ ସିଆରସିସି, ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ମେଳାକୁ ଶୃଙ୍ଖଳିତ, ଆକର୍ଷଣୀୟ ଓ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଧିକ ପଢନ୍ତୁ