ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ‘ସମ୍ବିଧାନ ବଞ୍ଚାଓ’ ରାଲି ଆୟୋଜିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ଆବାହକତ୍ୱରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗମ୍ଭାଡିହି ଗ୍ରାମ ପଞ୍ଚାୟତଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ସହିତ ‘ସମ୍ବିଧାନ ବଞ୍ଚାଓ’ ରାଲି ଓ ପଥପ୍ରାନ୍ତ ସଭା ଆୟୋଜିତ ହୋଇଯାଇଛି।

ଏହି ସ୍ୱାସ୍ଥ୍ୟସେବା ଶିବିରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ସଭାପତି ଶୁଭେନ୍ଦୁ ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ ମହାନ୍ତି ଶିବିରରେ ଯୋଗଦେଇ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ଏଥିରେ ସ୍ୱାସ୍ଥ୍ୟକର୍ମୀ ଚିତ୍ତରଞ୍ଜନ ସାହୁ, ମାନସ ପଟ୍ଟନାୟକ ଏବଂ ଲାବୋରେଟୋରି ଟେକ୍ନିସିଆନ ବିଶ୍ୱରଞ୍ଜନ ସାହୁ ସହଯୋଗ କରିଥିଲେ।

ଅନ୍ୟପକ୍ଷରେ, ସମ୍ବିଧାନର ମୂଲ୍ୟବୋଧ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନାଗରିକଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ସମ୍ବିଧାନ ବଞ୍ଚାଓ’ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳର ସଭାପତି ଦିଗାମ୍ବର ବେହେରା, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ଲକ୍ଷ୍ମୀଧର ତ୍ରିପାଠୀ, ଆଲୋକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଶାନ୍ତା, ଜ୍ୟୋତିରଞ୍ଜନ ଦାସ, ସୁରେନ୍ଦ୍ର ନାୟକଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଅଧିକ ପଢନ୍ତୁ