ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସକୁ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୩ ଟାଇଟଲ ଜିତିଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଛି। ଏବେ ପୁଣି ଥରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଧୋନୀ ଅଧିନାୟକ ଭାବେ ଚେନ୍ନାଇ ପାଇଁ କିଛି କରିବେ। ଧୋନୀ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ନୂଆ ସଂସ୍କରଣ ଓ ନୂଆ ଭୂମିକା ପାଇଁ ଆଉ ଅପେକ୍ଷା କରି ହେଉନି ।
ଆପଣ ମାନେ ମୋ ଯୋଡ଼ି ହୋଇ ରୁହନ୍ତୁ । ତେବେ ପୋଷ୍ଟରେ ଧୋନି ନିର୍ଦ୍ଦିଷ୍ଟ ଭାବେ ୨୦୨୪ ଆଇପିଏଲର ନୂଆ ସଂସ୍କରଣ ବିଷୟରେ କହିନାହାନ୍ତି । ତଥାପି ଫ୍ୟାନ୍ସ ଆଇପିଏଲ ସହ ଧୋନିଙ୍କ ପୋଷ୍ଟକୁ ଯୋଡ଼ିବାରେ ଲାଗିଛନ୍ତି । ଧୋନୀଙ୍କ ପୋଷ୍ଟ ମାତ୍ର କିଛି ମିନିଟ ମଧ୍ୟରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।