ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରେଳ ଯୋଗେ କେନ୍ଦୁଝରରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲ୍ଲାବାସୀ ଦେଖିଥିବା ସ୍ଵପ୍ନ ଏବେ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯାହାପାଇଁ ଅନେକ ଥର ଜିଲ୍ଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଆଭାଷୀ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି।

ଟ୍ରେନଟି ପୁରୀରୁ ବାହାରି କେନ୍ଦୁଝରଗଡ଼ ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ।କେନ୍ଦୁଝର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସହିତ ସହ ସହ କେନ୍ଦୁଝରବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ଟ୍ରେନଟିକୁ । ଆଗାମୀ କିଛି ଦିନ ମଧ୍ୟରେ ପାରାଦୀପରୁ କେନ୍ଦୁଝର ଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀ ଉପହାର ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ଅଧିକ ପଢନ୍ତୁ