ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜାଗି ବାସୁଦେବଙ୍କ ଆପୋଲୋ ଦିଲ୍ଲୀରେ ଜରୁରୀକାଳୀନ ବ୍ରେନ୍ ସର୍ଜରୀ କରାଯାଇଛି। ଖବର ଅନୁଯାୟୀ, ମାର୍ଚ୍ଚ ୧୭ ରେ ତାଙ୍କ ମସ୍ତିଷ୍କରେ ଏକ ସ୍ଥାନ ଫୁଲି ଯାଇଥିବା ଜଣା ପଡିଥିଲା ଏବଂ ରକ୍ତସ୍ରାବ ଚିହ୍ନଟ ହେବା ପରେ ତାଙ୍କୁ ଆପୋଲୋ ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା।ତାଙ୍କ ମୁଣ୍ଡରେ ରକ୍ତଜମାଟ ସହ ଅନ୍ୟ ସମସ୍ୟା ପାଇଁ ଜରୁରୀ କାଳୀନ ଅସ୍ତ୍ରୋପଚାର କରାଯାଇଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ମାର୍ଚ୍ଚ ୧୭ ତାରିଖରେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା କଥା ଜଣା ପଡିଥିଲା ।
ଏମ୍ଆର୍ଆଇରୁ ତାଙ୍କ ମସ୍ତଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣା ପଡିଥିଲା ।ତେବେ ଦ୍ରୁତ ଗତିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା ଏବଂ ୧୭ ମାର୍ଚ୍ଚରେ ବାରମ୍ବାର ବାନ୍ତି ହେବା ଏବଂ ମୁଣ୍ଡ ବିନ୍ଧିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସିଟି ସ୍କାନ ପରେ ରକ୍ତସ୍ରାବ ହେବା ସହିତ ତାଙ୍କ ମସ୍ତିଷ୍କରେ ଏକ ଫୁଲା ସ୍ଥାନ ଦେଖିବାକୁ ମିଳିଥିଲା।ଡାକ୍ତର ବିନୀତ ସୁରୀ ଏବେ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ସଫଳ ଭାବେ ଅସ୍ତ୍ରୋପଚାର କରାଯାଇଥିବା କୁହାଯାଇଛି । ଅସ୍ତ୍ରୋପଚାର ପରେ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କଥା ମେଡିକାଲ ବୁଲେଟିନ୍ରେ କୁହାଯାଇଛି ।