ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ୱେବ୍ସାଇଟ୍ ମୁତାବକ, ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୧୩୭ ଟଙ୍କା ମହଙ୍ଗା ହୋଇ ୬୬,୯୭୧ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୬୧,୩୪୫ ଟଙ୍କା ସ୍ତରରେ ରହିଛି । ତେବେ ୨୦୨୪ରେ ସାରା ବିଶ୍ୱକୁ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଚାହିଦା, ଡଲାର ସୂଚକାଙ୍କରେ ଦୁର୍ବଳତା ଏବଂ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ବୃହତ୍ ପରିମାଣରେ ସୁନା କିଣିବା ଯୋଗୁ ଦର ବୃଦ୍ଧି ଘଟୁଛି । ୨୦୨୩ ଆରମ୍ଭକୁ ବିଚାରକୁ ନେଲେ ସୁନା ୫୪,୮୬୭ ଟଙ୍କା ସ୍ତରରେ ଥିଲା । ଏହା ଡିସେମ୍ବରରେ ୬୩,୨୪୬ ଟଙ୍କା ଛୁଇଁଲା ।
