
ନୟାଗଡ଼,(ଓଡ଼ିଶା ଦର୍ପଣ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ ସମାଜ ଗଠନ ସହିତ ଯୁବକ ମାନେ କିପରି ଶାରିରୀକ ମାନସିକ ସ୍ତରରେ ସୁସୁ ରହିବେ ସେଥି ନିମନ୍ତେ ଆରମ୍ଭ କରିଛନ୍ତି ପ୍ରୟାସ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ଅରୁଣ ଏହା ମଧ୍ୟରେ ଯୁବ ଛାତ୍ରଙ୍କୁ ମୋଟିଭେସନାଲ କ୍ଳାସ ମାଧ୍ୟମରେ ଅନେକ ତଥ୍ୟ ଦେଇଛନ୍ତି । ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଯୁବକ ମାନଙ୍କୁ ନେଇ ଏକ ମୋଟିଭେସନାଲ କ୍ଳାସ କରିଛନ୍ତି । ସମାଜକୁ ସୁସ୍ଥ ରଖିବା ପାଇଁ ଯୁବକ ମାନଙ୍କର ଅବଦାନ ଅନେକ ରହିଛି । ଯୁବକମାନେ ନିଜକୁ ଗଢ଼ି ତୋଳିବା ପାଇଁ ଯେତିକି ଉଦ୍ୟମ କରିବା କଥା ସେତିକି ଉଦ୍ୟମ କରୁନାହାନ୍ତି । ଏଥିପାଇଁ ଅଳସୁଆମୀ ମୁଖ୍ୟ କାରଣ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ପ୍ରତ୍ୟେକ ଯୁବକ ସଫଳତା ପାଇବା ପାଇଁ ସମୟ ଅନୁସାରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । ଠିକ ସମୟରେ ଠିକଣା ପଦକ୍ଷେପ ନନେଲେ ଅନେକ କ୍ଷତି ଘଟିବ ବୋଲି ସେ ପ୍ରକାଶ କରିଥିଲେ । ସୂର୍ଯ୍ୟ ଯେପରି ଉଦୟ ଓ ଅସ୍ତରେ ଅବହେଳା କରୁନାହିଁ, ପଶୁପକ୍ଷୀ ମାନେ ସଠିକ ସମୟରେ ସେମାନଙ୍କର ନିଜ କାର୍ଯ୍ୟ କରୁଛନ୍ତି । ଯୁବକ ମାନେ କାହିଁକି ଅବହେଳା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଯେଉଁ ବ୍ୟକ୍ତି ଖେଳ
ପଡିଆର ବ୍ୟବହାର କରିନି ତାକୁ ମେଡିକାଲ ସ୍ବାଗତ କରିବ । ଯୁବସମାଜ ଶାରୀରିକ ସୁସ୍ଥତା ପ୍ରତି ଗୁରୁତ୍ବ ଦେବା ନିହାତି ଆବଶ୍ୟକ ।