ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ।ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ଏନ୍ବଡବ୍ଲୁୁ ଜାରି କରି ଆସନ୍ତା ୨୩ ତାରିଖ ସୁଦ୍ଧା ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଘରୋଇ ହିଂସା ସଂପର୍କୀତ ମାମଲାରେ ଚାର୍ଜଫ୍ରେମ୍ ପାଇଁ କୋର୍ଟରେ ହାଜର ହେବାକୁ ଅନୁଭବଙ୍କୁ ନୋଟିସ୍ କରିଥିଲେ କୋର୍ଟ । କିନ୍ତୁ ଏହି ଏନବିଡବ୍ଲୁ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୁଭବ ସମୟ ମାଗିଥିବା ବେଳେ ଉକ୍ତ ଆବେଦନକୁ ଗ୍ରହଣ କରି କୋର୍ଟ ଅନୁଭବଙ୍କୁ ସମୟ ଦେଇଥିଲେ । ବାରମ୍ବାର ସମୟ ମାଗିବା ସହ କୋର୍ଟରେ ହାଜର ନ ହେବା ଯୋଗୁ ଶେଷରେ କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଏନେଇ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ଅଧିକ ପଢନ୍ତୁ