ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବାବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି। ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରୁଥିବାବେଳେ ପଶ୍ଚିମ ଏସିଆରେ ଥିବା ଆମେରିକାର ସାମରିକ ଘାଟି ଉପରେ ଜୋରଦାର ଆକ୍ରମଣ କରୁଛି। ତେବେ ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି […]
ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ। କେବେ ବି ତେଲ କୁ ନେଇ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। […]
ମୁନିଗୁଡ଼ା ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ପ୍ରେସ କ୍ଳବର ୨୦ତମ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ,ଉପ ସଭାପତି ମନୋରଞ୍ଜନ ଦଳାଇ ଓ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ମୁଖ୍ୟବକ୍ତା ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମୁଖ୍ୟ […]
ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ତା’ର ତୃତୀୟ ଟି୨୦ ଟ୍ରଫି ପାଇଁ ଲକ୍ଷ୍ୟ ରଖିବ, ଯେତେବେଳେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ବିଶ୍ୱକପ ଟାଇଟଲ ପାଇଁ ଲକ୍ଷ୍ୟ ରଖିବ। ବିଜେତା ଦଳ ଉପରେ ଟଙ୍କା ବର୍ଷା ହେବ, ଯେତେବେଳେ ପରାଜିତ ଦଳ ମଧ୍ୟ ଧନୀ ହେବ।ଆଇସିସି ଟି୨୦ ବିଶ୍ବକପ ପାଇଁ ମୋଟ ୧୩.୫ ମିଲିଅନ ଡଲାର […]
ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ । ଥାନାରେ ଶିକ୍ଷକ ଅଟକ । ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ।ଏମିତି କି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ହିନ୍ଦୀ ଶିକ୍ଷକ ଜଣକ ଧମକ ଦେଇଥିବା ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ।ଶୁକ୍ରବାର ରାତିରେ ଛାତ୍ରୀ ଜଣକ […]
ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରଟି ଲକ୍ଷ୍ନୌର ଲା ମାର୍ଟ ଗ୍ରାଉଣ୍ଡରୁ କୌଶାମ୍ବୀ ଅଭିମୁଖେ ଉଡ଼ାଣ ଭରୁଥିଲା। ଅବତରଣ କରିବା ସମୟରେ ସମ୍ପୂର୍ଣ୍ଣ ହେଲିକପ୍ଟର ଧୂଆଁରେ ପୂର୍ଣ୍ଣ ହୋଇଯାଇଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା।ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସହିତ ଜଡିତ ଏହି ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ହେଲିକପ୍ଟର ତ୍ରୁଟିର […]
ବହୁଚର୍ଚ୍ଚିତ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟଙ୍କ ରାୟକୁ ଆଂଶିକ ଭାବରେ ପରିବର୍ତ୍ତନ କରି ଡେରା ମୁଖ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି।୨୦୧୯ ମସିହାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିରସା ସାମ୍ବାଦିକ ରାମଚନ୍ଦ୍ର […]
ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ ହେବ ଏହି କାର୍ଯ୍ୟକ୍ରମ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ […]
ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮ ତାରିଖରେ ଅନୁରୋଧ କରାଯାଇଥିଲା । ଭାରତ ସରକାର ମାର୍ଚ୍ଚ ୧ ତାରିଖରେ ଏହି ଅନୁମତି ପ୍ରଦାନ କରିଥିଲେ। ମାର୍ଚ୍ଚ ୪ ତାରିଖରେ ଇରାନର ଏହି […]
ଛତା ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ପୈତୃକ ଘର ଓ ଅଫିସ୍ରେ ଚଢ଼ାଉ ଜାରି ରହିଛି। କେନ୍ଦ୍ରାପଡା ଓ କଟକ ଭିଜିଲାନ୍ସ ବିଭାଗର ୪ ଜଣିଆ ଟିମ ବେଆଇନ କାର୍ଯ୍ୟ ଗୁଡିକର କାଗଜପତ୍ର ଯାଞ୍ଚ କରିବା ସହ ତାଙ୍କ ପାଖରେ ମହଜୁଦ ଥିବା ନଗଦ ଟଙ୍କା ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରୁଛନ୍ତି । ଦୀର୍ଘ ୭ ଘଣ୍ଟା ଧରି […]
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ ହୋଇଥିବା ତରଳ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମର୍ସିଆଲ ଗ୍ୟାସ ମୂଲ୍ୟରେ ୧୧୫ ଟଙ୍କା ବଢ଼ିଛି । ଆଜିଠୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଘରୋଇ LPG ୮୫୩ ଟଙ୍କା ଥିଲା । […]
ଆସନ୍ତା ତିନି ଦିନ ରାଜ୍ୟରେ ଝଡ଼ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି । ଏହି ଘୂର୍ଣ୍ଣିବଳୟ ଦେଇ ଏକ ଟ୍ରଫ୍ ଲାଇନ୍ ଉତ୍ତରପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଅତିକ୍ରମ କରୁଛି । […]
