author

ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ମାଗି ବନ୍ଧା ହେଲେ ସିଏସସି କର୍ମଚାରୀ

ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ନେଇ ବନ୍ଧା ହେଲେ ସିଏସସି କର୍ମଚାରୀ। ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ପ୍ରତି ଫର୍ମ ପାଇଁ ଶହେ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ତଦନ୍ତ କରି ତାଙ୍କୁ ଗିରଫ କରିଛି ପୋଲିସ୍ ।ସେ ଫର୍ମ ଆବେଦନ ପାଇଁ ଜଣାକୁ ୧୩୦ ଟଙ୍କା ଲେଖାଏଁ ନେଉଥିଲେ। ଏନେଇ ଟିଟିଲାଗଡ଼ ବିଡିଓ ଥାନାରେ […]

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୧୨,୯୦୩ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୧,୦୪,୮୦,୭୦୫ ଟଙ୍କା ଆଦାୟ ହୋଇଅଛି

ରାୟଗଡ:-ତା. ୧୪/୦୯-ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ର ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୩୪୮ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୫୫,୧୭,୦୯୪ (ପଞ୍ଛାବନ ଲକ୍ଷ ସତର ହଜାର ଚଉରାନବେ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି […]

ମୋଦୀଙ୍କ ପରିବାରରେ ନୂଆ ଅତିଥି ‘ଦୀପଜ୍ୟୋତି’,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବାରରେ ଯୋଡ଼ି ହୋଇଛନ୍ତି ଜଣେ ନୂଆ ଅତିଥି, ଯାହାଙ୍କ ନାଁ ହେଉଛି ‘ଦୀପଜ୍ୟୋତି’। ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ଗାଈ ଏହି ବାଛୁରୀକୁ ଜନ୍ମ ଦେଇଛି । ଏବଂ ବାଛୁରୀର କପାଳରେ ଜ୍ୟୋତି ଚିହ୍ନ ଥିବାରୁ ବାଛୁରୀର ନାମ ଦୀପଜ୍ୟୋତି ରଖିଛନ୍ତି ମୋଦୀ । ସୋସିଆଲ୍ ମିଡିଆରେ ବାଛୁରୀ ସହ ନିଜ ଭିଡିଓକୁ ପୋଷ୍ଟ କରି ଖୁସି ସେୟାର କରିଛନ୍ତି। ଛୋଟ ବାଛୁରୀ ସହ ଖୋଦ୍ […]

ରବିବାର ବାମନ ଜନ୍ମ ନୀତି: ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆସନ୍ତାକାଲି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ ତିଥି। ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍‌ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ବୈଷ୍ଣବସମ୍ମତ ବିଜୟା ଏକାଦଶୀ ଉପବାସ। ତେବେ ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ତେଣୁ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି ୫୦ଲକ୍ଷ ମହିଳା

ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। କାଲିଠାରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହେବ । ଦଶ ହଜାର ପଦଯାତ୍ରା ହେବ । ରାଜଧାନୀରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ପଦଯାତ୍ରା । ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ହେବ । ଏସଏଚଜି ମା’ ମାନେ ମଧ୍ୟ ଗାଁ ଗାଁରେ […]

୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ।

୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ରାଜ୍ୟର ୧୦ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପ୍ରଧାନମନ୍ତ୍ରୀ ।ସେହି ଦିନ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି। ଡିବିଟି ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ ୩୧୮୦ କୋଟି ପଠାଇବେ ପ୍ରଧାନମନ୍ତ୍ରୀ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ଏହା ଓଡ଼ିଶାରୁ ଆରମ୍ଭ କରିବା ରାଜ୍ୟ ପାଇଁ ସୌଭାଗ୍ୟ ବୋଲି […]

ମୃତ ଓଏଏସ୍‌ ଅଧିକାରୀଙ୍କ ବଦଳରେ ସ୍ଥାନ ପାଇଲେ ଏହି ଅଧିକାରୀ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧନ ତାଲିକା ପ୍ରକାଶ ପାଇଛି। ପୂର୍ବ ତାଲିକାରେ ଜଣେ ମୃତ ଅଧିକାରୀଙ୍କ ନାଁ ରହିଥିଲା। ତାଙ୍କ ସ୍ଥାନରେ ଜଣେ ନୂଆ ଅଧିକାରୀ ସାମିଲ ହୋଇଛନ୍ତି। ସେ ହେଲେ ଇଡ୍‌କୋ ଲ୍ୟାଣ୍ଡ ଅଫିସର ସୁବ୍ରତ କୁମାର ଜେନା। ତେବେ ତାଲିକାରେ ଥିବା ଅନ୍ୟ ସମସ୍ତ ଅଧିକାରୀ ପୂର୍ବପରି ସ୍ଥାନ ବଜାୟ ରଖିଛନ୍ତି।ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାରେ ଓଏଏସ୍‌ ଅଫିସର ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ […]

ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ

ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଘଟିଛି ଏହି ଘଟାଣା ।ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଅନ୍ୟତ୍ର ଛାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ସୂଚନା ଯୋଗ୍ୟ, ସ୍ଥାନୀୟ ନଦୀରୁ ବର୍ଷା ପାଣିରେ କୁମ୍ଭୀରଟି ପୋଖରୀକୁ ଚାଳିଆସିଥିବା ଅନୁମାନ କରାଯାଉଛି। ଏପରିକି ପୋଖରୀରେ ଆହୁରି କୁମ୍ଭୀର ଥାଇପାରେ ବୋଲି ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।ଶନିବାର ସକାଳେ କୁମ୍ଭୀର […]

ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ ବର୍ତମାନ ଏହି ନାମ ରହିବ

ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।ତେବେ ବିଜେପି ସରକାର ଆସିବା ପରଠାରୁ ପ୍ରତ୍ୟକ ଯୋଜନା ର ନାମ ପରିବର୍ତନ କରିବାରେ ଲାଗିଛି | ଯେମିତି କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଏହାବ୍ୟତୀତ ଆମ ଓଡ଼ିଶା ଓ […]

ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଚିଲିକା ମଝିରେ ଯାତ୍ରୀ ନେଇ ଯାଇଥିବା ଡଙ୍ଗା ଫସିଲା । ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟରୁ ଯାଇଥିବାର ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍‌ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍‌ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍‌ ଥିବା ସୂଚନା ମିଳିଛି।ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର […]

ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ସମାଲୋଚନା କଲା ବିଜେଡି

୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ବିବାଦ ଦେଖାଦେଇଛି।ଓଏଏସ୍ ଅଫିସର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। […]

ପ୍ରଧାନମନ୍ତ୍ରୀଙ୍କୁ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଲା ୮ ଜଣିଆ SPG ଟିମ୍ ।

ଆସନ୍ତା ୧୭ରେ ମୋଦି ଭୁବନେଶ୍ୱର ଆସିବେ। ଏଥିପାଇଁ ଚଳଚଞ୍ଚଳ ପ୍ରଶାସନିକ କଳ। ତା’ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା SPG ଟିମ୍ ଭୁବନେଶ୍ୱର ପହଞ୍ଚିସାରିଛନ୍ତି।ଗତକାଲି ୮ ଜଣିଆ SPG ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି। ସେହିଭଳି ୩ ଦିନ ଯାଏଁ ହେଡ୍ କ୍ୱାର୍ଟର ଛାଡ଼ି ଯାଇପାରିବେନି ସରକାରୀ ବାବୁ। […]